ରାଜ୍ୟରେ ବେକାରୀ ଓ ବେରୋଜଗାରୀ ସହିତ ଦାଦନ ପ୍ରମୁଖ ସମସ୍ୟା ରହିଛି । ଅନେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ଯୁବକ ଯୁବତୀ ।ଆଜି ବିଧାସଭାର ଗୃହରେ ବିଧାୟକ ଚକ୍ରମଣୀ କହଁରଙ୍କ ପ୍ରଶ୍ନରେ ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ରାଜ୍ୟରେ ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁର ପ୍ରାପ୍ତ ଶିକ୍ଷକ ପଦବୀ ଥିବା ବେଳେ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ ହଜାର ୭୯୮ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨ହଜାର ୩୭୨ ପଦବୀ ଖାଲି ରହିଛି।

ଏଥିମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୪ ହଜାର ୨୮୩ ପଦବୀ ଖାଲି ରହିଛି। ଏବେ ୧୬ ହଜାର ୧୦ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି ।

Leave a Reply

Your email address will not be published. Required fields are marked *