ମୋହନ ସରକାରଙ୍କ ପରିବାର ବଢୁଥିବା ବେଳେ ଦିନକୁ ଦିନ ନବୀନ ଗଡ଼ ଭାଙ୍ଗିବାରେ ଲାଗିଛି। ଲୋକେ ନବୀନ ବାବୁଙ୍କ ଉପରେ ଆସ୍ଥା ହରାଉଥିବା ବେଳେ ମୋହନ ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ବିଜେପି ମୁହାଁ ହେଉଛନ୍ତି। ବିଜେଡି ଶିବିର ଫାଙ୍କା ହେଉଥିବା ନବୀନ ବାବୁଙ୍କ ଚିନ୍ତା ବଢ଼ିଗଲାଣି।

ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନ ହିଁ ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିବା ସହ ଭଲମନ୍ଦ ପଚାରି ବୁଝିଥିଲେ। ସେ ବୁଝାଇ ଦେଇଥିଲେ ପରିବାର ମୁଖିଆ କେମିତି ହେବା ଉଚିତ। ହେଲେ ନବୀନ ପଟ୍ଟନୟକ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ ଭାର ନେଇଥିଲେ ମଧ୍ୟ ନିଜେ ଲୋକଙ୍କ ପାଖକୁ ଯାଇନାହାନ୍ତି। କେବଳ ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର ବୋଲି କହିଦେଲେ ସମସ୍ୟା ସମାଧାନ ହୋଇଯିବନି, ପରିବାର ଭାବି ପାଖରେ ଛିଡା ହେବାକୁ ପଡିବ।

ଓଡ଼ିଶାରେ ବିରୋଧୀ ଦଳ ଭାବେ ରହିଆସିଥିବା ବିଜେପି ଖୁବ କମ ଦିନରେ ଲୋକପ୍ରିୟତା ସାଉଁଟି ପାରିଛି। ଲୋକଙ୍କ ଭଲପାଇବା ଓ ସମର୍ଥନ ଦଳ ସହ ଅଛି। ପ୍ରତ୍ୟେକ କାମରେ ଲୋକଙ୍କ ମତାମତକୁ ଦଳ ଗୁରୁତ୍ଵ ଦେଉଛି। ହେଲେ ନବୀନ ବାବୁ ୨୪ ବର୍ଷ ଧରି ବିକାଶ ନାଁରେ ଓଡ଼ିଶାକୁ ଠକିଛନ୍ତି। ଓଡ଼ିଶାବାସୀଙ୍କୁ ଭୂଆଁ ବୁଲେଇ ଆସିଛନ୍ତି। ୫ ଟଙ୍କିଆ ମିଲ, ମାଗଣା ଚାଉଳ ଦେଲେ ଲୋକଙ୍କ ବିକାଶ ହେବନି। ବିକାଶ ପାଇଁ କର୍ମ ନିଯୁକ୍ତି ଜରୁରୀ।

ମାଗଣା ଚାଉଳ, ମିଲ ଦେଇ ଗରିବ ନୀରିହ ଲୋକଙ୍କ ଭୋଟ ହାତେଇବା ପାଇଁ ଏହା ଥିଲା ବିଜେଡି କପୋଳକଳ୍ପିତ ପ୍ରସ୍ତୁତି। ହେଲେ ବିଜେଡି ତା’ ପ୍ରୟାସରେ ଫେଲ ମାରିଛି। ହେଲେ ଓଡ଼ିଶାବାସୀ ଆଉ ବୋକା ନୁହନ୍ତି। ଚଳିତ ନିର୍ବାଚନରେ ନିଜ ପ୍ରତି ହୋଇଥିବା ଅନ୍ୟାୟର କଡା ଜବାବ ଦେଇ ନିଜ ନେତା ବାଛିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *