ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଗସ୍ତ କରିଥିବା ବେଳେ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇଛନ୍ତି। ଏହି ସମୟରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ବୋଲି କହିଥିଲେ। କେନ୍ଦୁଝର ଖଣି ଲୁଟ୍‌ରେ ସେତେବେଳର ରାଜ୍ୟ ସରକାରଙ୍କ ସମ୍ପୃକ୍ତ ରହିଛି। ଖଣି ମାଫିଆଙ୍କୁ ଛାଡ଼ିବିନି। ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ଆହୁରି କହିଥିଲେ, ୨୦୧୯ରେ ବିଧାନସଭାରେ କେନ୍ଦୁଝରର ଅଧିକାର ପାଇଁ ଲଢ଼େଇ ହୋଇଥିଲା। କିଛି ଅଣଓଡ଼ିଆ କେନ୍ଦୁଝରର ଗରିବ ଆଦିବାସୀଙ୍କୁ ଲୁଟିଛନ୍ତି। ସବୁ ଲୁଟେରା ମୋ ନଜରରେ ଅଛନ୍ତି, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ ପଠାଯିବ। ସେତେବେଳେ ବିରୋଧୀ ଦଳରେ ଥାଇ ଲୋକଙ୍କ ପାଇଁ ଲଢୁଥିଲି, ସରକାର ମୋତେ ଡରୁଥିଲେ। ଏବେ ଆପଣମାନଙ୍କ ଆଶୀର୍ବାଦରୁ ମୋତେ ନେତୃତ୍ୱ ମିଳିଛି। ଗୋଡ଼ ତଳୁ ମାଟି ଖସିଯାଉଛି ବୋଲି ସୁପର ଚିଫ ମିନିଷ୍ଟର ଜାଣି ପାରୁନଥିଲେ। ୨୪ ବର୍ଷ ଶାସନ କରି ଶାସନ କରି ମୁଖ୍ୟମନ୍ତ୍ରୀ ନଂ-୧ ଟାଇଟଲ ମିଳିଛି, ହେଲେ ରାଜ୍ୟ କାହିଁକି ନଂ-୧ ନୁହେଁ।

 

 

Leave a Reply

Your email address will not be published. Required fields are marked *