ଗତକାଲି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓଡ଼ିଶା ଡାକ୍ତରୀ ସ୍ବାସ୍ଥ୍ୟ ସେବା-୨୦୧୭ ଆଇନ ସଂଶୋଧନ ତଥା ଅନ୍ୟ ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଓଡ଼ିଶାବାସୀଙ୍କ କଲ୍ଯାଣ ପାଇଁ ବିକଶିତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ ରହିଛି। ଏଥିରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାକୁ ମୋହନ ସରକାରଙ୍କ ପ୍ରୟାସ କରିଛନ୍ତି । ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀକୁ ରାଜ୍ୟ କ୍ୟାବିନେଟ ରେ ସଂଶୋଧନ କରାଯାଇଛି । ଡାକ୍ତର ନିଯୁକ୍ତି ଅଭାବକୁ ଦୂର କରି ଡାକ୍ତର ସମସ୍ୟା ଦୂର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ୨୦୧୭ ଡାକ୍ତରୀ ନିୟମାବଳୀରେ ସଂଶୋଧନ ହୋଇଛି । ୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକକୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ପୁର୍ବରୁ ନିଯୁକ୍ତି ପ୍ରକ୍ରିୟାରେ ଥିବା ୭ଟି ସ୍ତରକୁ ହ୍ରାସ କରି ୬ଟି ସ୍ତର କରାଯିବ, ଯାହାଦ୍ୱାରା ଡାକ୍ତର ନିଯୁକ୍ତି ପ୍ରକ୍ରିୟା ସହଜ ହୋଇପାରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇ ଦିଆଯିବ। ଏହା ସହ ଆଗାମୀ ଦିନରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ କରାଯିବ ଏବଂ ରାଜ୍ୟରେ ଖାଲିଥିବା ସମସ୍ତ ଡାକ୍ତର ପଦବୀ ପୂରଣ କରାଯିବ ।

Leave a Reply

Your email address will not be published. Required fields are marked *