ଏଣିକି ଆଉ ବିଧାନସଭାରେ କେହି ବି ନେଇ ପାରିବେ ନାହିଁ ମୋବାଇଲ ଓ ପାଣି ବୋତଲ । ବିଧାନସଭା ଗୃହ ଭିତରକୁ ମୋବାଇଲ ଓ ପାଣି ବୋତଲ ନେବା ଉପରେ ଲାଗିଲା କଟକଣା । ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ବିଧାୟକମାନେ ଫଟୋ ଉଠାଇବା ସହ ଫୋନ୍ ରେ କଥା ଦେବାର ବାରମ୍ବାର ଦେଖିବାକୁ ମିଳୁଛି ଏହା ସହ ଏଥିସହ ଗୃହରେ ପାଣି ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି କିନ୍ତୁ ବିଧାୟକ ପାଣି ବୋତଲ ନେଇ ଆସୁଛନ୍ତି । ତେଣୁ ଏଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ଏହିଭଳି ନିର୍ଦ୍ଦେଶ ଦେଇଥିବାରୁ ସୂଚନା ମିଳିଛି ।

ନିର୍ଦ୍ଦେଶ ଅନୁସାରେ ଅନୁସାରେ କୌଣସି ବି ବିଧାୟକ ବିଧାନସଭା ଗୃହ ଭିତରକୁ ମୋବାଇଲ ଧରି ପ୍ରବେଶ କରିପାରିବେ ନାହିଁ । ଏଥିସହ ଗୃହରେ ପାଣି ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଥିବାରୁ କେହି ମଧ୍ୟ ପାଣି ବୋତଲ ନେଇ ପାରିବେ ନାହିଁ।

Leave a Reply

Your email address will not be published. Required fields are marked *