ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା । ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଥିବା ବେଳେ ଶତାଧିକ ମହିଳା ବେହୋସ ହୋଇଥିବା ଅଭିଯୋଗ ସମ୍ନାକୁ ଆସିଛି। ବିକ୍ଷୋଭ ବେଳେ ବେହୋସ ହୋଇ ପଡିଛନ୍ତି ମିଶନଶକ୍ତି ମାଆ । ଏହା ପରେ ବେହୋସ ହୋଇଥିବା ମାଆମାନଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ପହଞ୍ଚି ନଥିବା ବେଳେ ଚାପା ଉତ୍ତେଜନା ଦେଖା ଦେଇଛି । ସୂଚନା ଯୋଗ୍ୟ; ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ୬ଦିନ ହେଲା ପ୍ରଚଣ୍ଡ ଖରାରେ କରୁଛନ୍ତି ଆନ୍ଦୋଳନ । Post navigation ରଘୁବରଙ୍କ ପୁଅ ମାମଲା ଅଭିଯୋଗ ହୋଇନି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୧୨ ଜିଲ୍ଲାରେ ନାହିଁ ICU ବ୍ୟବସ୍ଥା: ସ୍ବାସ୍ଥ୍ୟମନ୍ତ୍ରୀ