କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ତାଲଗୁମାଣ୍ଡି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଶୌଚ ହେବାକୁ ୫ ବର୍ଷର ଝିଅ ସହ ମା’ ଝଞ୍ଜାବତୀ ନଦୀ କୂଳକୁ ଯାଇଥିଲେ। ହେଲେ ସେମାନେ ଘରକୁ ନଫେରିବାରୁ ବହୁ ଖୋଜାଖୋଜି ପରେ ନିଖୋଜ ଥିବା ଜଣାପଡିଥିଲା। ମହିଳା ଜଣଙ୍କ ଗର୍ଭବତୀ ଥିଲେ।

ଅଗ୍ନିଶମ ବିଭାଗ ଓ ଓଡ୍ରାଫର ୭ ଜଣିଆ ଟିମ୍ ଖୋଜାଖୋଜି କରିବା ପରେ ଗର୍ଭବତୀ ମା’ର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଝିଅର ଏଯାଏଁ କୌଣସି ପତ୍ତା ମିଳିନି।

Leave a Reply

Your email address will not be published. Required fields are marked *