ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହି ସମୟରେ ରାଜ୍ୟରେ ସମସ୍ତ ଅଚଳ ନଳକୂପକୁ ସଚଳ କରିବାକୁ ନିର୍ଦ୍ଦେଶ ଦେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବି ନାଏକ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ୭୧ ଜନସଂଖ୍ୟା ବିଶିଷ୍ଟ ଗାଁରେ ନୂଆ ନଳକୂପ ଖନନ କରିବା ସହ ବସୁଧା ଯୋଜନାରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଞ୍ଚାୟତସ୍ତରରେ ଜଳଛତ୍ର ଖୋଲିବାକୁ ଚିଠି କରାଯାଇଥିବା କହଛନ୍ତି ମନ୍ତ୍ରୀ । ମେଗା ପାନୀୟ ଜଳ ପ୍ରକଳ୍ପ କାମ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। Post navigation ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ ପୁରୀ ରଥଯାତ୍ରାକୁ ଖୁବଶୀଘ୍ର ମିଳିପାରେ ବିଶ୍ୱ ଐତିହ୍ୟ ମାନ୍ୟତା; ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ