ବହୁତ ଶୀଘ୍ର ରାଜ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍‌ । ଏ ନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ। ସେ କହିଛନ୍ତି ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରରେ ସରିବ ମେଟ୍ରୋ ପ୍ରକଳ୍ପ କାମ। ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି । ଭୂପୃଷ୍ଠରୁ ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ଚାଲିଛି । ଭୂପୃଷ୍ଠରୁ ୧୩ ଫୁଟ୍‌ ଉଚ୍ଚରେ ମେଟ୍ରୋ ଚାଲିବ । ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍‌ କାମ ଆରମ୍ଭ ହେବ । ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟତ ସୁବିଧା ଲାଗି ଏବେ ଶିଶୁ ଭବନ ଛକଠାରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାମ ମଧ୍ୟ ଚାଲିଛି।

ସେ ଆଉ ମଧ୍ଯ କହିଛନ୍ତି ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଆବଶ୍ୟକତା ଅନୁଯାଇ ନିର୍ମାଣ କରାଯିବ । ପ୍ରତ୍ୟେକ ୧୦ ମିନିଟରେ ମେଟ୍ରୋ ଟ୍ରେନ୍‌ ସେବା ଯୋଗାଇ ଦିଆଯିବ । ଏଥି ପାଇଁ ୩ଟି କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣାଯିବାର ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *