ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ତାଙ୍କ ପରିବାର ସରକାରଙ୍କୁ ଆକୁଳ ଆବେଦନ କରିଛନ୍ତି । ଏହି ଚିଠିରେ ସାର୍ଥକଙ୍କ ପରିବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ଖୋଜି ଉଦ୍ଧାର କରି ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି । ସାର୍ଥକଙ୍କ ମାଆ ରଶ୍ମିତା ସାହୁ, ଯିଏ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ନର୍ସିଂ ଅଫିସର ଭାବେ କାମ କରୁଛନ୍ତି, ଏହି ମାମଲାକୁ ସର୍ବୋଚ୍ଚ ସ୍ତରକୁ ନେଵା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି, ସାର୍ଥକଙ୍କ ମାଆ କେନ୍ଦ୍ରୀୟ ବନ୍ଦର, ନୌପରିବହନ ଓ ଜଳମାର୍ଗ ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟଙ୍କୁ ମଧ୍ୟ ରାଜନୈତିକ ଓ ସମୁଦ୍ର ଉଦ୍ଧାର ପ୍ରୟାସକୁ ଜୋରଦାର କରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (MEA) ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ମରିସସ୍ ଏବଂ ମାଲେସିଆ ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗ ରକ୍ଷା କରାଯାଉଛି । ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ରର ୪ଟି ବିଭାଗ – ବନ୍ଦର, ସିପିଂ ଓ ଜଳପଥ, ବୈଦେଶିକ ସଚିବ ଓ ସ୍ୱରାଷ୍ଟ୍ର ସଚିବ କୁ ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର ବିଶାଲ ଗଗନ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ, ସାର୍ଥକ ୨୦୨୫ ଜୁଲାଇରୁ ‘ଆଙ୍ଗ୍ଲୋ-ଇଷ୍ଟର୍ଣ୍ଣ ଶିପ୍ ମ୍ୟାନେଜମେଣ୍ଟ’ (Anglo-Eastern Ship Management) ପରିଚାଳିତ M.V. EA Jersey ଜାହାଜରେ ଡେକ୍ କ୍ୟାଡେଟ୍ ଭାବେ କାମ କରୁଥିଲେ । ୨ ଫେବୃଆରୀ ରାତି ପ୍ରାୟ ୯ଟା ସମୟରେ ସାର୍ଥକ ତାଙ୍କ ମା’ଙ୍କ ସହ ଶେଷ ଥର କଥା ହୋଇଥିଲେ । ତାଙ୍କ ନିୟମିତ ଡ୍ୟୁଟି ସକାଳ ୪ଟାରୁ ୮ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ କମ୍ପାନୀ ପକ୍ଷରୁ ପରିବାରକୁ ଜଣାଯାଇଛି ଯେ, ସେ ୬ଟା ସମୟରେ ଡ୍ୟୁଟି ଛାଡ଼ି ତାଙ୍କ କ୍ୟାବିନକୁ ଫେରିଯାଇଥିଲେ ଏବଂ ୬ଟା ୧୫ ମିନିଟ୍ରେ ଶେଷ ଥର ଦେଖାଯାଇଥିଲେ । Post navigation Pariksha Pe Charcha: ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ; ନିଜ ଶୈଳୀରେ ପାଠ ପଢ଼ିବାକୁ ପରାମର୍ଶ Odisha Govt Keen On Smart Meters: ଟାଟା ପାୱାର ନୁହେଁ ସ୍ମାର୍ଟ ମିଟର ପାଇଁ ଆଗ୍ରହୀ ସରକାର; ଖୋଲିଗଲା ବେପାରର ରହସ୍ୟ ପେଡି