ତେଜୁଛି ଭରତପୁର ଥାନାରେ ପୋଲିସ-ସେନା ଘଟଣା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ଏକାଠି ହେଲେ ୨୦୦ରୁ ଅଧିକ ପୋଲିସ କର୍ମଚାରୀ । ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଛନ୍ତି ପୋଲିସ୍ କର୍ମଚାରୀ । ଏହି ବିବାଦରେ ପୋଲିସ ପରବର୍ତ୍ତୀ ରଣନୀତି କଣ ହେବ ସେ ନେଇ ବିଚାରବିମର୍ଶ କରିବାକୁ ଏକାଠି ହୋଇଥିଲା ଏକାଧିକ ପୋଲିସ୍ କର୍ମଚାରୀ। ଆଗାମୀ ଦିନରେ ବଡ଼ ପ୍ରତିବାଦ ପାଇଁ ପ୍ରସ୍ତୁତି କରିଛି ବୋଲି କହିଛି ପୋଲିସ୍।

ଅନ୍ୟପଟେ ବିନା ଅନୁମତିରେ ଏକାଠି ହୋଇପାରିବେ ନାହିଁ ବୋଲି କମିସନର ସଂଜୀବ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି  ଚେତାବନୀ ଦେବା ପରେ ସମସ୍ତେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *