ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେପିରେ ମିଶିବା ପାଇଁ ବହୁ ବିଜେଡି ନେତା ଆବେଦନ କରିଥିବା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ବିଜେଡି ଖାଲି ହୋଇଯିବ । କାରଣ ବିଜେପିରେ ମିଶିବାକୁ ବହୁ ଆବେଦନ ଆସୁଛି ତେଣୁ ଦଳ ଶୂନ୍ୟ ହୋଇଯିବ । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ । ୨ ରାଜ୍ୟସଭା ସାଂସଦ ମିଶିଲେ, ଆଗକୁ ଆହୁରି ଅନେକ ନେତା ମିଶିବେ । ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ।

ମନମୋହନ ସାମଲ ଆଉ ମଧ୍ଯ କହିଛନ୍ତି ୨୪ ବର୍ଷର ହିସାବ ଦିଅନ୍ତୁ । କେତେ ପ୍ରତିଶ୍ରୁତି ଦେଇଥିଲେ, କେତେ ପୂରଣ କରିଛନ୍ତି ପଦଯାତ୍ରା ବେଳେ ଲୋକଙ୍କୁ କୁହନ୍ତୁ । ବିଜେପି ନିର୍ବାଚନ ପୂର୍ବରୁ ଲୋକଙ୍କୁ ଯାହା ବି ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରୁଛି । ଯଦି ନବୀନ ଏହାକୁ ମିଛ କହୁଛନ୍ତି ତାହେଲେ ସତ କଣ କୁହନ୍ତୁ । ସୁଭଦ୍ରା, ଧାନର ଏମ୍‌ଏସ୍‌ପି ବୃଦ୍ଧି, ରତ୍ନଭଣ୍ଡାର, ଭତ୍ତା ପ୍ରତିଶ୍ରୁତି ପୂରଣ କରିଛୁ । ଆଉ ଏହା ୧୦୦ ଦିନରେ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି ।

Leave a Reply

Your email address will not be published. Required fields are marked *