ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ମେଡାଲ ମିଳିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ସୁଟିଂରେ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ଏହା ସହିତ ଅଲିମ୍ପିକ୍ସ ସୁଟିଂରେ ଦୀର୍ଘ ୧୨ ବର୍ଷ ପରେ ଭାରତ ପଦକ ଜିତିପାରିଛି । କିନ୍ତୁ ମହିଳା ଅଲିମ୍ପିକ୍ସ ସୁଟିଂରେ ମନୁ ପ୍ରଥମ ଥର ପାଇଁ ପଦକ ଜିତିଛନ୍ତି।
ମନୁ ପ୍ରଥମ ପର୍ଯ୍ୟାୟରେ ସେ ୫୦.୪ ସ୍କୋର କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ସ୍କୋର ୧୦୧.୭ରେ ପହଞ୍ଚିଥିଲା। ମନୁ ଭାକର ୨୨ ଶଟ୍ ପରେ ୨୨୧.୭ ସ୍କୋର କରି ଫାଇନାଲ ରାଉଣ୍ଡରେ ଦ୍ବିତୀୟ ସ୍ଥାନରେ ଥିବା କିମ ୟେଜିଙ୍କଠାରୁ ମାତ୍ର ୦.୧ ଦୂରରେ ରହିଥିଲେ।