ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଲେ ମନୋଜ କୁମାର ମିଶ୍ର।ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ମିଶ୍ର ୨୦୨୨ ଡିସେମ୍ବର ୨୮ତାରିଖରେ ସର୍ବଭାରତୀୟ ରେଳବାଇ ଟ୍ରାଫିକ ସେବା(ଆଇଆରଟିଏସ) ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ ସେବେଠୁ ଓଡ଼ିଶା ସରକାର ତାଙ୍କୁ ପ୍ରମୁଖ ସଚିବ ପାହ୍ୟାରେ ଆଇଟି ବିଭାଗରେ ଅବସ୍ଥାପିତ କରିଥିଲେ । ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ଆଉଟସୋର୍ସିଂ ପ୍ରମୁଖ ସଚିବ । ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ବନ୍ଧୁ ଭାବେ ଶ୍ରୀ ମିଶ୍ର ପରିଚିତ । ଆଉ ପାଣ୍ଡିଆନଙ୍କ ପରାମର୍ଶ ଓ ଉଦ୍ୟମ ଯୋଗୁ ଶ୍ରୀ ମିଶ୍ର ଆଇଆରଟିଏସ୍ ଚାକିରି ଛାଡ଼ି ଓଡ଼ିଶା ସରକାରରେ ‘ଆଉଟସୋର୍ସିଂ ପ୍ରମୁଖ ସଚିବ’ ଭାବେ ଯୋଗ ଦେଇଥିଲେ ।

ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କ ଇସ୍ତଫାକୁ ୪ତାରିଖ ଅପରାହ୍ନରୁ ଗ୍ରହଣ କରାଯାଇଛି । ଶ୍ରୀ ମିଶ୍ର ମଧ୍ୟ ଓକାକ୍ ଅଧ୍ୟକ୍ଷ ଏବଂ ଓଡ଼ିଶା ସ୍ପେଶ ଆପ୍ଲିକେସନ୍ ସେଂଟର(ଓରସାକ) ସିଇଓ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ୪ତାରିଖରେ ନିର୍ବାଚନୀ ଫଳାଫଳ ବିଜେପି ସପକ୍ଷରେ ଯିବାପରେ ଶ୍ରୀ ମିଶ୍ର ନିଜ ଚାକିରିରୁ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି ।

 

By SonaliP

Leave a Reply

Your email address will not be published. Required fields are marked *