ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ମାମଲାରେ ହଂସିତା ଅଭିଲିପ୍ସାଙ୍କ ତଥାକଥିତ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଜାମିନ ଆବେଦନ ହେଲା ଖାରଜ । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଇନଫୋନସିଟି ଥାନା ମାମଲାରେ ଜାମିନ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ଜାମିନ ଆବେଦନକୁ ଖାରଜ କରିଛନ୍ତି ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ମିଳିଛି । ଏହା ସହ କାହିଁକି ଗିରଫଦାରୀ ଭୟ ରହିଛି ବୋଲି ପ୍ରଶ୍ନ କଲେ ହାଇକୋର୍ଟ । ସୂଚନା ଯୋଗ୍ୟ; ଅଭିଲିପ୍ସା-ଅନୀଲଙ୍କ ଠକେଇରେ ପୋଲିସ ମନୋଜଙ୍କୁ ସମନ କରିଥିଲା । ମନୋଜ ଆଗୁଆ ଜାମିନ ଆବେଦନ କରିଥିଲେ । ପୂର୍ବରୁ ଆୟକର ବିଭାଗ ମନୋଜଙ୍କ ବାଲିଗୁଡା ସ୍ଥିତ ଘରେ ଚଢଉ କରିଥିଲା Post navigation ପୁରୀ ଜିଲ୍ଲା ହଇଜା ଭୟାନକ ସ୍ଥିତି; ଉଦବେଗ ପ୍ରକାଶ କଲେ ନବୀନ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ