ଭୁବନେଶ୍ୱରରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧିତ କରୁଛି ଦଳ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ଓଡ଼ିଶାବାସୀ ଚାହିଁଥିଲେ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢିବ ବିଜେପି। ନିର୍ବାଚନୀ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଛୁ ସେସବୁ ପୂରା କରିବୁ।

ବିଜେପି ସରକାରକୁ ଆସିବାର ଘଣ୍ଟାଏ ମଧ୍ୟରେ କ୍ୟାବିନେଟ ବୈଠକ କରି ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଗଲା ଏବଂ ଏହାକୁ ପୂରା କରାଗଲା। ଜଗନ୍ନାଥଙ୍କ ପାଇଁ ଯେପରି ଅର୍ଥର ଅଭାବ ରହିବନି ସେଥିପାଇଁ ୫୦୦ କୋଟି ଟଙ୍କାର ରିଭଲିଂ ଫଣ୍ଡ କରିଛୁ। ଧାନର ଏମଏସପି ୩୧୦୦ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖି କାମ ହେବ। ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ୱ ନିଆଯିବ। କେହି ଗରିବ ରହିବେନି କି ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ।

ଆଗାମୀ ୫ ବର୍ଷ ଦିନ ରାତି ପରିଶ୍ରମ କରି ସରକାରଙ୍କ କାମକୁ ଲୋକଙ୍କ ପାଖରେ ପହଞ୍ଚାଇବା । ଓଡ଼ିଶାର ୩ ଜଣ ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନମୋହନ ସାମଲ। ଏହାସହ ମନମୋହନ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସଙ୍ଗଠନକୁ ଏତେ ଶକ୍ତିଶାଳୀ ଓ ସଙ୍ଗଠିତ କରିବା ଯେ, ଆଗାମୀ ୨୫ରୁ ୩୦ ବର୍ଷ ଯାଏଁ ଯେପରି ବିଜେପି ସରକାରକୁ କେହି ଛୁଇଁପାରିବେନି।

Leave a Reply

Your email address will not be published. Required fields are marked *