Manjutala, Muktikanta Mandal Suspended From BJD for anti-party activities
ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି ।
 
ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ସସ୍‌ପେଣ୍ଡ୍‌ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମଣ୍ଡଳ ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି ।
 
ମଞ୍ଜୁଲତା ମଣ୍ଡଳ ୨୦୧୯ ଲୋକସଭା ଆସନରେ ବିଜେଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବାବେଳେ ମୁକ୍ତିକାନ୍ତ ମଣ୍ଡଳ ୨୦୧୪ରେ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *