ପହଲଗାମ ଆକ୍ରମଣକୁ ବର୍ଷେ ବିତିଥିବାବେଳେ ପୁଣି ସେହି  ଷ୍ଟାଇଲରେ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ମୁମ୍ବାଇରେ ଧର୍ମ ଏବଂ ସେମାନେ କଲମା ପାଠ କରିପାରିବେ କି ନାହିଁ ପଚାରିବା ପରେ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏହାର ପୋଲିସ ମୁମ୍ବାଇର ଜୈଦ ଜୁବେର ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ରାଜକୁମାର ମିଶ୍ର ଏବଂ ସୁବ୍ରୋତୋ ସେନ ୱାକହର୍ଦ ହସ୍ପିଟାଲ ନିକଟରେ ଏକ ନିର୍ମାଣଧୀନ କୋଠାର ସୁରକ୍ଷାରେ ନିୟୋଜିତ ହୋଇଥିଲେ । ଏହା ସମସୟରେ ଜୈଦ ଅନସାରୀ ପ୍ରଥମେ ଉଭୟଙ୍କର ଧର୍ମ ଏବଂ ସେମାନେ କଲମା ପାଠ କରିପାରିବେ କି ନାହିଁ ପଚାରିଥିଲା। ମାତ୍ର ସେମାନେ କଲମା ପଢ଼ି ନ ପାରିବାରୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି । ରାଜକୁମାର କୌଶଳ କ୍ରମେ ଖସି ପଳାଇ ଆସିଥିଲେ । ମାତ୍ର ସୁବ୍ରୋତୋ ସେଠାରେ ପଡ଼ିଯାଇଥିଲେ । ଅନ୍ୟ ଜଣେ କର୍ମଚାରୀ ନାୟବ ଶୈଖ କାମକୁ ଫେରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଉଭୟଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଅନସାରୀକୁ ଗିରଫ କରିଛି । ନୟା ନଗର ପୋଲିସ ତାକୁ ନିଜ ହେପାଜତକୁ ନେଇଛି । ସେପଟେ ଏଟିଏସ୍ ଏହି ମାମଲାରେ ପ୍ରବେଶ କରିଛି । ଅଭିଯୁକ୍ତ ଘର ତଲାସୀ ବେଳେ ମୋବାଇଲ, ବୈଦ୍ୟୁତିକ ଉପକରଣ ଏବଂ କିଛିଟା ହାତଲେଖା ନୋଟ୍ ଜବତ କରିଛି ।

ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଜୈଦ ଜୁବୈର ଅନସାରୀ ମୁମ୍ବାଇର କୁର୍ଲା ଅଞ୍ଚଳର ମୂଳ ବାସିନ୍ଦା । ସେ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ୨୦୧୦ ରୁ ୨୦୧୯ ପର୍ଯ୍ୟନ୍ତ ଆମେରିକାରେ ରହିଥିଲା। ଆମେରିକାରେ ଚାକିରି ପାଇବାରେ ବିଫଳ ହେବା ପରେ, ସେ ୨୦୧୯ ରେ ଭାରତ ଫେରି ଆସିଥିଲା ଏବଂ ମୀରା ରୋଡରେ ଏକା ରହୁଥିଲେ।

Leave a Reply

Your email address will not be published. Required fields are marked *