ଶ୍ରୀମନ୍ଦିରକୁ ଭାଙ୍ଗିଦେବାକୁ ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣାରେ ତତ୍ପରତା ଦେଖାଇଛି ପୁରୀ ପୋଲିସ। ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର । ସେ କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ବାଧିକ ଗୁରୁତ୍ବ ଦେଇଥାଉ । ପୋଲିସର ସ୍ପେଶାଲ ଟିମ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ଏହା ସହ ସଂପୃକ୍ତ ବ୍ୟକ୍ତି ଏରିଆରେ ବୁଲାବୁଲି କରୁଥିଲେ । ସେ କିଛି ଲେଖୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଛନ୍ତି । କିନ୍ତୁ ତାଙ୍କ ପରିଚୟ ସ୍ପଷ୍ଟ ଭାବେ ମିଳିପାରିନାହିଁ । ଆମ ସ୍ପେଶାଲ ଟିମ୍‌ ତାଙ୍କୁ ଖୋଜାଖୋଜି କରୁଛନ୍ତି । ଠାବ କରି ଜେରା କରିବା ପରେ ବିସ୍ତୃତ ସୂଚନା ଦେବୁ ।

ସୂଚନା ଯୋଗ୍ୟ; ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ଆଜି ସକାଳେ ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ । ଦୁଇଟି ସ୍ଥାନରେ କଡ଼ା ଚେତାବନୀ ଦେଇ ଏପରି କେହି କାନ୍ଥରେ ଲେଖିଛି। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି । ଫୋନ୍ କର, ନ କଲେ ମହାତାଣ୍ଡବ । ପ୍ରଧାନମନ୍ତ୍ରୀଙ୍କ ନାଁ ଏବଂ ଏକ ଫୋନ୍ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି । ସେଠାରେ ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।

Leave a Reply

Your email address will not be published. Required fields are marked *