ଶିଶୁମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ଲଗାଇଲା ମାଲେସିଆ ସରକାର। ଜୁନ୍ ୧ ଠାରୁ ମାଲେସିଆରେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ଟିକଟକ୍ ଭଳି ବଡ଼ ପ୍ଲାଟଫର୍ମଗୁଡ଼ିକୁ କଡ଼ାକଡ଼ି ଭାବେ ବୟସ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ନିୟମ ପାଳନ ନକରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ଜରିମାନା ଦେବାକୁ ପଡିବ । ସାଇବର ବୁଲିଙ୍ଗ ଓ ମାନସିକ ସମସ୍ୟାରୁ ପିଲାମାନଙ୍କୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

Leave a Reply

Your email address will not be published. Required fields are marked *