ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଲା ପୂର୍ବ ସରକାରର ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ । ସୂଚନା ଅନୁସାରେ ୨୦୨୨ରେ ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ୫୭ କୋଟି ୭୩ ଲକ୍ଷ ହୋଇଥିଲା । ୭୪୧ଟି ପ୍ରସ୍ତାବରେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ନିବେଶ ପ୍ରତିଶ୍ରୁତି ଦିଆଯାଇଥିଲା । ୧୦ ଲକ୍ଷ ୩୭ ହଜାର ୭୦୧ ନିଯୁକ୍ତି ସୃଷ୍ଟି ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଦୁଇ ବର୍ଷରେ ମାତ୍ର ୧୧୧ଟି ପ୍ରସ୍ତାବ ଅନୁସାରେ ଭିତ୍ତି ପଡ଼ିଛି । ମାତ୍ର ୪ ଲକ୍ଷ ୧୦ ହଜାର ୧୧୫ କୋଟିର ନିବେଶ ଆସିଛି । ୨୦୧୬ ଓ ୨୦୧୮ରେ ମଧ୍ୟ ସରକାର ଶତ ପ୍ରତିଶତ ନିବେଶ ପାଇ ନାହାନ୍ତି ।

ସୂଚନଯୋଗ୍ୟ, ଗତକାଲି ବିଧାନସଭାରେ ଆଗତ ହୋଇଛି ରାଜ୍ୟ ବଜେଟ୍। ବଜେଟ୍ ପୂର୍ବସରକାର ଆରମ୍ଭ କରିଥିବା ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ଉତ୍କର୍ଷ ଉତ୍କଳ ହୋଇଛି । ଉତ୍କର୍ଷ ଉତ୍କଳ ପାଇଁ ୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନାଥିବା ବେଳେ ୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *