ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କୁ ଉତ୍ତମ ଆଚ୍ଚରଣ ପାଇଁ ୱାର୍ଣ୍ଣିଙ୍ଗ ଦେଇଥିବା ବେଳେ ଆଜି ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି। ହାଇ ପ୍ରୋଫାଇଲ ଅଫିସରଙ୍କୁ ବାହାର କରାଯାଇ ତଳସ୍ତରର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏସପି ଓ ଡିଏସପିଙ୍କର ମଧ୍ୟ ବଦଳି ହୋଇଛି ।

କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭବେ ଦାୟିତ୍ୱ ମିଳିଛି।

ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ କରାଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କ ରେଲୱେ ଓ ତଟ ସୁରକ୍ଷା ଏଡିଜିପି ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି କରାଯାଇଛି ।

ସେହିପରି ୨୦ଟି ଜିଲ୍ଲାର ଏସ୍‌ପି ଙ୍କୁ ମଧ୍ୟ ବଦଳି କରାଯାଇଛି। କଟକ ଓ ଭୁବନେଶ୍ୱର ଡିସିପି ମଧ୍ୟ ବଦଳିଛନ୍ତି। ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରତୀକ ସିଂହଙ୍କୁ କଟକ (ଗ୍ରାମାଞ୍ଚଳ) ଏସ୍ ପି ଭାବେ ବଦଳି କରାଯାଇଛି। ଜଗମୋହନ ମୀନା କଟକ ଡିସିପି ଭାବେ ଦାୟିତ୍ୱ ତୁଲାଇବେ। ପୁରୀର ନୂଆ ଏସପି ହେବେ ବିନୀତ ଅଗ୍ରୱାଲ । ସାଗରିକା ନାଥଙ୍କୁ ଖୋର୍ଦ୍ଧା ଏସପି ଭାବେ ଅବସ୍ଥାପିତ କରାଯାଇଛି ।

 

 

Leave a Reply

Your email address will not be published. Required fields are marked *