ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣାରେ ମୁହଁ ଖୋଲିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ମୋଦକ ଚୋରି ମାମଲାର ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ । ବାଡ଼ଗ୍ରାହୀଙ୍କ ଅଭିଯୋଗକ୍ରମେ ତଦନ୍ତ କରାଯାଉଛି । ଗୁପ୍ତନୀତି ସମ୍ପର୍କରେ ବାହାରେ ଆଲୋଚନା କରିବା ଠିକ୍ ନୁହେଁ ।

ସେ ଆହୁରି କହିଛନ୍ତି ବାଡ଼ଗ୍ରାହୀଙ୍କ ତଥ୍ୟ ସତ୍ୟ ଆଧାରିତ ନୁହେଁ। ରାଜବୈଦ୍ୟମାନେ ମୋଦକ ଆଣି ଗାରଦ ଘରେ ଦାଖଲ କରନ୍ତି । କିନ୍ତୁ ଏହାକୁ କୌଣସି କର୍ମଚାରୀ କିମ୍ବା ଅଧିକାରୀ ଛୁଇଁ ପାରିବେ ନାହିଁ କିମ୍ବା ଗଣନ୍ତି ନାହିଁ । ସେମାନେ ଯେତିକି କୁହନ୍ତି ତାହାକୁ ଟିପା ଖାତାରେ ତାଲିକା କରାଯାଇ ରଖାଯାଇଛି । ଦଇତାପତି ନିଯୋଗର ସମ୍ପାଦକ ତାକୁ ମହାପ୍ରଭୁଙ୍କ ନିକଟରେ ଭୋଗ କରିବାକୁ ନେଇଥିଲେ । କମାଣ୍ଡକରଙ୍କ ସୂଚନା ଅନୁସାରେ ପ୍ରାରମ୍ଭିକ ତଦନ୍ତରୁ ମୋଦକ ଚୋରି ହୋଇଥିବା ଅଭିଯୋଗ ସତ୍ୟ ଆଧାରିତ ନୁହେଁ । ତଥାପି ବାଡ଼ଗ୍ରାହୀଙ୍କ ଅଭିଯୋଗକୁ ଗୁରୁତର ସହିତ ନିଆଯାଇ ତଦନ୍ତ କରାଯାଉଛି ।ଆହୁରି ତଦନ୍‌ତ ହେବ। ଆହୁରି ତଦନ୍ତ କରିବୁ। ସିସିଟିଭି ବି ଦେଖିବୁ। ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ ଶ୍ରୀମନ୍ଦିରର ପରିସରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରିପୋର୍ଟ ତଲବ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *