ଆଠଗଡ଼ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ଼ ଦେଖିବାକୁ ମିଳିଛି। ଉତ୍ତେଜନା ରୋକିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ । ଘଟଣା ପରେ ପ୍ରଶାସନ ପକ୍ଷରୁ BNS ୧୬୩ ଧାରା ଲାଗୁ । ସୂଚନା ଯୋଗ୍ୟ; ଆଜି ପଂଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗଦେବାର ଥିଲା । ବିଧାୟକ ଯୋଗଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେବା ସହ ବ୍ଲକ ସମ୍ମୁଖରେ ହୋହଲ୍ଲା କରିଥିଲେ । ପରେ ପଥର ଓ ଅଣ୍ଡାମାଡ ହୋଇଥିଲା । ଉତ୍ତେଜନା ରୋକିବାକୁ ପୋଲିସ ପକ୍ଷରୁ ଲାଠିଚାର୍ଜ କରିଥିଲେ ।ଏପରିକି ଆକ୍ରମଣରେ ଆଠଗଡ ଡିଏସପିଙ୍କ ସହ ୪ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡିଛି । Post navigation ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣା; ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ : ଅରବିନ୍ଦ ପାଢୀ ଚୋରି ହୋଇ ନାହିଁ ମହାପ୍ରଭୁଙ୍କ ମୋଦକ : ପୃଥ୍ବୀରାଜ ହରିଚନ୍ଦନ