ନୂଆବର୍ଷରେ କମିଲା କମର୍ସିଆଲ ସିଲିଣ୍ଡରର ଦର । ସରକାରୀ ତୈଳ କମ୍ପାନୀ ପ୍ରଥମ ତାରିଖରୁ ଏଲପିଜି ସିଲିଣ୍ଡରର ଦରରେ ୧୪.୫୦ ଟଙ୍କା ହ୍ରାସ କରିଛି । କମର୍ସିଆଲ ସିଲିଣ୍ଡରର ଦର ଲଗାତାର ପରିବର୍ତ୍ତନ ହେଉଥିବା ବେଳେ ଘରୋଇ ସିଲିଣ୍ଡରର ଦରରେ ଦୀର୍ଘ ମାସ ହେବ ପରିବର୍ତ୍ତନ ହୋଇନି । ଜାନୁୟାରୀ ୧, ୨୦୨୫ ରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ୧୮୧୮.୫୦ ଟଙ୍କାରୁ ହ୍ରାସ ପାଇ ୧୮୦୪ ଟଙ୍କା ହୋଇଯାଇଛି ସେହିପରି ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ମୂଲ୍ୟରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଉପଲବ୍ଧ ହେବ। ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ୧୯ କିଲୋ ଏଲପିଜି ସିଲିଣ୍ଡରର ଦାମ ସଂଶୋଧନ କରାଯାଇ ନୂଆ ଦରର ଘୋଷଣା କରାଯାଇଥାଏ । Post navigation ଆନ୍ଦୋଳନକୁ ଓହ୍ଲାଇଲେ ଓମଫେଡ୍ ଗାଡ଼ି ଡ୍ରାଇଭର; ବଜାରରେ କ୍ଷୀର ଯୋଗାଣ ସମ୍ପୂର୍ଣ୍ଣ ଠପ୍