ମୋର ସିନା ନିଶ ନାହିଁ, ଅମୁକ ଗାଁର ରାଧୁନନାଙ୍କ ପୁଅ ଅଗାଧୁର ଜୁଆଳିଆ ନିଶ ଅଛି। ଆଂ କି ଚମତ୍କାର ନିଶ ! ଠିକ ସେମିତି ଅବସ୍ଥା ଶଙ୍ଖ ଦଳର । ୨୭ ବର୍ଷର ଆଞ୍ଚଳିକ ଦଳ । ୨୪ ବର୍ଷ ଶାସନ କରିଚି ଓଡ଼ିଶାକୁ । କିନ୍ତୁ ଲୋକେ ଏହି ଦଳର ସବୁଠୁ ଲୋକପ୍ରିୟ ନେତା ପପୁ ବାବୁ ଏବଂ ତାଙ୍କ ଶିଷ୍ୟ କର୍ମବୀର ପାଣ୍ଡୁ ବାବୁଙ୍କୁ ବଙ୍ଗୋପସାଗରକୁ ଫୋପାଡ଼ି ଦେଲେ । ଏମିତି ଅବସ୍ଥା ଯେ କର୍ମ ବୀର ମୁହଁ ଦେଖାଇ ପାରୁନାହାନ୍ତି। ୨୪ ବର୍ଷରେ ପଦ୍ମଦଳିଆ ଯାହା ପାରି ନଥୁଲେ ୫ବର୍ଷରେ ପାଣ୍ଡୁ ବାବୁ କରି ଦେଖାଇଲେ । ୪୪୦ ଭୋଲ୍ଡର ଧକ୍କା ଶଙ୍ଖ ଦଳିଆଙ୍କୁ କେମିତି ଲାଗିଚି, ଯାହାକୁ ପଚାରିଲେ କହିଦେଇ ପାରିବ । କବାଟ କଣରେ ସକେଇ କାନ୍ଦୁଥୁବା ନେତା ଏବେ ଝାରଖଣ୍ଡ ନିର୍ବାଚନକୁ ନେଇ ଆନନ୍ଦରେ କୁରୁଳି ଉଠୁଚନ୍ତି । ରାଧୁ ନନାଙ୍କ ପୁଅ ଅଗାଧୁର ନୂଆଳିଆ ନିଶ ଅଛି କି ଆନନ୍ଦ ଦେଖୁବ ଲେନିନ ବାବୁଙ୍କର । ୨୦୧୮ରେ ପଦ୍ମ ବଳିଆ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାରିଯିବା ପରେ ପ୍ରତିକ୍ରିୟା ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପପୁ ବାବୁ । କହିଥିଲେ, ପଦ୍ମଦଳିଆ ଚାଷୀ ବିରୋଧୀ। କାଳେ ଚାଷୀମାନେ ତାଙ୍କ ସରକାରଙ୍କ ଉପରେ ଦାଉ ସାଧ୍ବେ, ସେଥିପାଇଁ ତରବରିଆ ଭାବେ କାଳିଆ ଯୋଜନା ଘୋଷଣା କରି ଚାଷୀଙ୍କୁ ଥୋପ ଦେଇଥିଲେ । କିନ୍ତୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଫଳ ଉପରେ ପପୁଙ୍କ ବଦଳରେ ଲେନିନ ଆସିଚନ୍ତି ସାମ୍ନାକୁ । ଯାହାହଉ ଆମକୁ ପାଣି ପେଇଥିବା ପଦ୍ମବଳ ଝାରଖଣ୍ଡରେ ହାରିଚି ଇଣ୍ଡି ମେଣ୍ଟଠାରୁ । କିନ୍ତୁ ମହାରାଷ୍ଟ୍ର ବିଷୟରେ ପଦୁଟିଏ ବି କହିନାହାନ୍ତି ମୁଖପାତ୍ର। କହିବେ କେମିତି ? ସେଠି ତ ହିନ୍ଦୁ ଝଡ଼ ଧର୍ମନିରପେକ୍ଷ ଶଙ୍ଖ ଦଳର କେହି କମେଣ୍ଟ ଦେଇପାରିବେ କି ? ଝାରଖଣ୍ଡରେ ପଦ୍ମଦଳିଆ ସରକାରରେ ନଥିଲେ । ସେଠାରେ କେବଳ ଆଞ୍ଚଳିକ ଦଳର ସରକାର ନଥିଲା । ତଥାପି ଲେନିନଙ୍କ ଆଜ୍ରେ ଆଞ୍ଚଳିକ ଦଳର ବିଜୟ ଦେଖାଗଲା । ଶଙ୍ଖ ଦଳିଆ ଖୁସି ଯେ ମୋହନ ପ୍ରଚାରକୁ ଯାଇ କିଛି ଫାଇବା ଦେଇପାରି ନାହାନ୍ତି । ରାଜ୍ୟପାଳ ରଘୁବର କିଛି କରିପାରି ନାହାନ୍ତି ସେ ରାଜ୍ୟରେ । ରାଗ ଯାଇ ମୋହନଙ୍କ ପାଖରେ । ପୂର୍ବାଞ୍ଚଳରେ ଲୋକେ ଆଞ୍ଚଳିକ ଦଳ ଉପରେ କୁଆଡ଼େ ଆସ୍ଥା ପୋଷଣ କରୁଚନ୍ତି। କିନ୍ତୁ ଓଡ଼ିଶାର ଲୋକେ କାହିଁକି ଶଙ୍ଖ ଦଳ ଉପରୁ ମୁହଁ ଫେରେଇ ନେଲେ ? ଏଥିପାଇଁ କାହାକୁ ଦାୟୀ କରିବେ ମୁଖପାତ୍ର ? ଗତବର୍ଷ ତୃଣମୂଳ କଂଗ୍ରେସ ଏକ ଜାତୀୟ ଦଳର ମାନ୍ୟତା ହରାଇଥିଲା । ଏବେ ବଙ୍ଗଳା, ମଣିପୁର ଓ ତ୍ରିପୁରାରେ ରାଜ୍ୟ ଦଳ ଭାବେ ଅଛି ଟିଏମ୍ସି । ତେଣୁ ରାଧୁ ନନା ପୁଅର ଜୁଆଳିଆ ନିଶ ଅଛି ବୋଲି କହି ଶଙ୍ଖ ଦଳିଆ କୋଉଁ ଦୁଃଖ ଭୁଲିବାକୁ ଚାହୁଁ ଚଉଁ ? ଯେତେଥର ମହାରାଷ୍ଟ୍ର ଓ ହରିଆନା ନିର୍ବାଚନ ଫଳ କଥା ମନେପଡ଼ିବ ପପୁ ବାବୁଙ୍କର, ସେତେଥର ହୃଦୟରୁ କୋହ ଉଠିବ ହିଁ ଉଠିବ । ଯାହାହଉ ଝାରଖଣ୍ଡ ନିର୍ବାଚନ ପଞ୍ଚୁ ବାବୁଙ୍କ ନାକର ଇଜ୍ଜତ ରଖିଦେଲା ! Post navigation ଲଘୁଚାପ ପ୍ରଭାବ; ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ ଯାଜପୁରରେ କ୍ରାଇମ୍ବ୍ରାଞ୍ଚ ଟିମ୍