ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ରହିଛି ଆପାର୍ଟମେଣ୍ଟ। କିଛି ଦିନର ବ୍ୟବଧାନ ପରେ ପୁଣି ଆପାର୍ଟମେଣ୍ଟରୁ ଲୁଟ୍‌‌ ହୋଇଛି। ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍‌‌ ହୋଇଛି। ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟ୍ସର ୩ଟି ପ୍ଲାଟରୁ ଲୁଟ୍‌‌ ହୋଇଛି। ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଦୁର୍ବୃତ୍ତ ଏହି ଲୁଟ୍‌‌ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ୩ଟି ପ୍ଲଟରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍‌‌ କରିଛନ୍ତି। ଲୁଟ୍‌‌ ବେଳର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ସାଇଣ୍ଟିଫିକ୍‌‌ ଟିମ୍‌‌ ସହାୟତାରେ ପାହାଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *