ଆଜି ସକାଳୁ ସକାଳୁ କଡା ସୁରକ୍ଷା ବଳୟରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସାଥିରେ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଭୋଟ୍ ଦେବା ସହ ସେଠାରେ ଥିବା ଲୋକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।

ଲୋକଙ୍କ ସହ ସେଲଫି ଉଠାଇବା ସହ ଛୋଟ ପିଲାଙ୍କ ସହ ଫଟୋ ବି ଉଠାଇଛନ୍ତି । ଭୋଟ୍ ଦେବା ପରେ କାଳି ଲଗା ଆଙ୍ଗୁଠି ଦେଖାଇ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।

ଅନ୍ୟପକ୍ଷେ ସେହିପରି ନିର୍ବାଚନ ଖବର କଭରେଜ ବେଳେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ଉପସ୍ଥିତ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ । ପ୍ରଚରୁ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦେଇଥିଲେ । ଏହା ସ୍ୱାସ୍ଥ୍ୟ ପ୍ରତି ଉପକାର ସହ ଏହା ଆପଣମାନଙ୍କୁ ଶକ୍ତି ଯୋଗାଇବ ବୋଲି କହିଥିଲେ । ଏମିତିକି ଭାରତର ଏହି ଗଣତନ୍ତ୍ରପର୍ବ ବିଶ୍ୱରେ ମହାନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *