ରସୁଲଗଡ଼ ମର୍ଡରକୁ ନେଇ ବିଜେଡିର ସମାଲୋଚନା । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ଓ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଭୁବନେଶ୍ୱରରେ ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି । ଗୌତମବୁଦ୍ଧ ଦାସ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ଆନ୍ତର୍ଜାତୀୟ ସମ୍ମିଳନୀ ହେଉଛି । ରାଜଧାନୀକୁ ୭୦୦୦ ରୁ ଉର୍ଦ୍ଧ୍ଵ ଅତିଥି ଉପସ୍ଥିତ ଅଛନ୍ତି । ବିପଦ ଜନକ ସ୍ଥିତିରେ ଏହି ସମ୍ମିଳନୀ ହେଉଛି । ଆଇନ ଶୃଙ୍ଖଳା ପ୍ରତି ସରକାରଙ୍କ ଧ୍ୟାନ ନାହିଁ । ଏଭଳି ସ୍ଥିତିରେ ଆମେ ପ୍ରବାସୀ ଭାରତୀୟ ମାନଙ୍କୁ କିଭଳି ସୁରକ୍ଷା ଦେବା ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଲେନିନ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଏଗାର ଦିନରେ ଏଗାର ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିଛି । ସମ୍ବଲପୁର ଜିଲ୍ଲାରେ ଦୁଇ ବିଜେପି ନେତାଙ୍କ ହତ୍ୟା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି ବୋଲି ଲେନିନ କହିଛନ୍ତି । Post navigation ରାଜଧାନୀରେ ବୀଭତ୍ସ ହତ୍ୟା ଘଟଣା: ମହିଳାଙ୍କ ସହ ୩ ଅଭିଯୁକ୍ତ ଗିରଫ ‘ମହାକୁମ୍ଭ ମେଳା’ ପାଇଁ ଓଡ଼ିଶାରୁ ଅଯୋଧ୍ୟା ସ୍ୱତନ୍ତ୍ର ବସ୍ ସେବା