ଗତକାଲି ରାତିରେ ମଦ୍ୟପାନ କରି ମହିଳା ଖଣ୍ଡଗିରି ଥାନାରେ ଉତ୍ପାତ କରିବା ଘଟଣାରେ ଆଜି ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମସ୍ତ ତଥ୍ୟ ପ୍ରମାଣ ସହ ମାମଲା ରୁଜୁ କରିଛି ପୋଲିସ । ଡ୍ୟୁଟିରେ ଥିବା ପୋଲିସଙ୍କୁ ଦୁର୍ବ୍ୟବହାର ନେଇ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ନୋଟିସ ଦେଇ ପୋଲିସ ଛାଡ଼ିଦେଇଛି । ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।

ଡିସିପି ପିନାକ ମିଶ୍ର କହିଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ, କାର୍ଯ୍ୟାନୁଷ୍ଠାନ ହେବ । ଆଇନ ଅନୁଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ଥାନାକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଏଭଳି କୌଣସି ଘଟଣା ଘଟିଲେ ସମ୍ବେଦନଶୀଳ ଭାବେ ଗ୍ରହଣ କରନ୍ତୁ । ସମସ୍ତ ତଥ୍ୟ ପ୍ରମାଣ ସହ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ସୂଚନା ମୁତାବକ; ଗତକାଲି ଖଣ୍ଡଗିରି ଥାନାରେ ମଧ୍ୟ ଜଣେ ମହିଳାଙ୍କ ଉତ୍ପାତ ସବୁ ସୀମା ଟପି ଯାଇଛି । ଏହାର ସମ୍ପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଜଣକ ନିଶାସକ୍ତ ଅବସ୍ଥାରେ ଥାନାକୁ ଆସି ସେଠାରେ ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ତାଙ୍କର କୌଣସି ସମ୍ପର୍କୀୟଙ୍କୁ ଖୋଜିବାକୁ କହିଥିଲେ । ପରେ ମହିଳା ଥାନାରେ ଗୋଡ ଉପରେ ଗୋଡ ପକେଇ ଥାନା ବାବୁଙ୍କୁ ଆଙ୍ଗୁଠି ଦେଖାଇ ଧମକ ଚମକ ଦେଉଛନ୍ତି । ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଥଟ୍ଟା ପରିହାସ କରିଥିବା ମଧ୍ୟ ଭିଡ଼ିଓ ରେ ଦେଖା ଯାଇଛି। ଦୀର୍ଘ ସମୟ ଧରି ଏହି ପରି ଯୁକ୍ତିତର୍କ ଓ ଉତ୍ପାତ କରିଥିଲେ ମହିଳା । ଏପରିକି ଜଣେ ପୁରୁଷ ପୋଲିସ ଅଧିକାରୀଙ୍କ ମୁଣ୍ଡରେ ହାତ ମାରିବାକୁ ମଧ୍ୟ ମହିଳା ଜଣକ ପଛାଇନଥିଲେ । ତେଣୁ ସମସ୍ତ ତଥ୍ଯ ଅନୁଯାୟୀ ମହିଳାଙ୍କ ନାଆ ରେ ମାମଲା ରୁଜୁ ହୋଇଛି

 

Leave a Reply

Your email address will not be published. Required fields are marked *