ଆଇପିଏଲ୍‌ ୨୦୨୪ ଚମ୍ପିଆନ୍‌ ହେଲା କୋଲକାତା ନାଇଟ୍‌ ରାଇଡର୍ସ । ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି କୋଲକାତା ନାଇଟ ରାଇଡର୍ସ ବିଜୟୀ ହୋଇଛି। ହାଇଦ୍ରାବାଦକୁ ୮ ୱିକେଟ୍‌ରେ ହରାଇ ଚଳିତ ସଂସ୍କରଣର ଚମ୍ପିଆନ୍‌ ବନିଛି କୋଲକାତା ନାଇଟ୍‌ ରାଇଡର୍ସ । ମାତ୍ର ୧୦.୩ ଓଭରରେ ଫାଇନାଲ ଜିତି ଟାଇଟଲ ହାତେଇଲା। ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୧୧୩ରେ ଅଲଆଉଟ ହୋଇଥିବାବେଳେ କୋଲକାତା ନାଇଟ ରାଇଡର୍ସ ୨ ୱିକେଟ ବିନିମୟରେ ୧୧୪ ରନ ସ୍କୋର କରି ଚାମ୍ପିଅନ ହୋଇଥିଲା।
ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ । ଅଧିନାୟକ ପାଟ କମିନ୍ସ ୨୪ ରନ ଓ ଆଇଡେନ ମାର୍କରାମ ୨୦ ରନ କରିଥିଲେ । ନୀତୀଶ ରେଡ୍ଡି ୧୩ ଓ ହେନଲିକ କ୍ଲାସେନ ୧୬ ରନ କରିଥିଲେ ।
କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ଦଖଲଲ କରିଥିଲେ। ସେହିପରି ସୁନୀଲ ନାରାୟଣ, ବୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

By SonaliP

Leave a Reply

Your email address will not be published. Required fields are marked *