କୀଟ ବିଶ୍ୱ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଏବଂ ନେପାଳୀ ଛାତ୍ର ଛାତ୍ରୀଙ୍କ ପ୍ରତି ହୋଇଥିବା ଅପବ୍ୟବହାର ଘଟଣାରେ ୫ ଗିରଫଙ୍କୁ ଭୁବନେଶ୍ୱର ଜେଏମ୍ଏଫ୍ସି-୨ ଜାମିନ ଦେଇଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ଅପରାହ୍ନରେ ପୋଲିସ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଙ୍କୁ ଗିରଫ କରିଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀଙ୍କୁ ଜାମିନ ମିଳିଛି । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍ବଣ୍ଡରେ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥ ଏବଂ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ମିଳିଛି । Post navigation ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ୨୦୨୪-୨୫ ଆର୍ଥିକ ବର୍ଷର ୧ଲକ୍ଷ ଦୁଇ ହଜାର କୋଟି ଟଙ୍କାର ପାଣ୍ଠି କିଟ୍ ଛାତ୍ରୀ ମୃତ୍ୟୁ ଘଟଣା: ମୃତ ନେପାଳୀ ଛାତ୍ରୀଙ୍କ ସୁଇସାଇଡ ନୋଟ ଜବତ