Kharif paddy procurement period ends in odisha
ଶେଷ ହେଲା ଖରିଫ ଧାନ କିଣା ଅବଧି । ରେକର୍ଡ ଧାନ କିଣିଲେ ରାଜ୍ୟ ସରକାର । ଗତବର୍ଷ ତୁଳନାରେ ଏଥର ଚାଷୀଙ୍କ ଆକାଉଣ୍ଟକୁ ସବସିଡି ଆକାରରେ ଅଧିକ ଆସିଲା ୧୪୬୭ କୋଟି ଟଙ୍କା ।
ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ବର୍ଷ ୫୮ ଲକ୍ଷ ମେଟ୍ରିକ୍‌ ଟନ୍ ଧାନ କିଣା ଯାଇଥିବାବେଳେ ଏବର୍ଷ ରେକର୍ଡ ୭୪ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣାଯାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।
 
ଏହାସହିତ ରବି ଧାନ ସଂଗ୍ରହ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ପାଇଁ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା ।
 

By Nirvay

Leave a Reply

Your email address will not be published. Required fields are marked *