ସତ ହେଲା ‘ଖଡ଼ିରତ୍ନ ପଞ୍ଜିକା’ରେ ବର୍ଷକ ପୂର୍ବେ ଜ୍ୟୋର୍ତିବିଦମାନେ ଦେଇଥିବା ବାତ୍ୟା ସୂଚନା

ସତ ହେବାକୁ ଯାଉଛି ‘ଖଡ଼ିରତ୍ନ ପଞ୍ଜିକା’ରେ ବର୍ଷକ ପୂର୍ବେ କରାଯାଇଥିବା ବାତ୍ୟାର ଗଣନା। ଓଡିଶାକୁ ମାଡ଼ି ଆସୁଛି ବାତ୍ୟା। ଓଡ଼ିଶାରେ ବାତ୍ୟା ହେବା ନେଇ ପାଣିପାଗ ବୈଜ୍ଞାନିକମାନେ ବର୍ତ୍ତମାନ ପୂର୍ବାନୁମାନ କରିଛନ୍ତି । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅନେକ ଗବେଷଣା କରିବା ପରେ ଆମକୁ ବାତ୍ୟାର ସମ୍ଭାବନା ନେଇ ସୂଚିତ କରାଯାଇଛି । ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସମୟରେ ପଞ୍ଜିକା ଆମକୁ ବର୍ଷ ଆରମ୍ଭରୁ ବାତ୍ୟାର ପୂର୍ବାଭାଷ ଦେଇଛି ।ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। ତୁଳାମାସ ଅର୍ଥାତ ଅକ୍ଟୋବର ମାସରେ ମହାବାତ୍ୟା ଆସିବ ବୋଲି ପୂର୍ବାନୁମାନ କରିଥିଲେ ଖଡ଼ିରତ୍ନ ପଞ୍ଜିକାର ଜ୍ୟୋର୍ତିବିଦମାନେ ।

ଖଡ଼ିରତ୍ନ ପଞ୍ଜିକାର ପୂର୍ବାନମାନ ଅନୁଯାୟୀ, ଜଳ ବିଷୁବ ସଂକ୍ରାନ୍ତି ଦାଢ଼ ସଞ୍ଚାର ହେତୁ ଦୀନ ଜଳ ବୃଷ୍ଟି ହେବ । ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କର ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ସ୍ଥାନରେ ଘୂର୍ଣ୍ଣିବାତ୍ୟା, ପ୍ରଚଣ୍ଡ ବାୟୁ ପ୍ରବାହ ଏବଂ ସାମୁଦ୍ରିକ ଝଡ଼ ତଥା ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ଅକ୍ଟୋବର ୧୭ରୁ ୨୩, ଅକ୍ଟୋବର ୨୬ରୁ ୩୦, ନଭେମ୍ବର ୫ ରୁ ୯ ତାରିଖ ଏବଂ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟର ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ , ଜୁଆର ଆଦି ହେବାର ସମ୍ଭାବନା ରହିଥିବା ପଞ୍ଜିକାରେ ଉଲ୍ଲେଖ କରାଯାଇଛି । ଏହା ସହିତ ଅନେକ ଧନ ଜୀବନ ମଧ୍ୟ ପ୍ରଭାବିତ ହେବ । ଯାହାର ପୃଷ୍ଠା ଏବେ ବେଶ୍‌ ଭାଇରାଲ ହେଉଛି।

Leave a Reply

Your email address will not be published. Required fields are marked *