ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀଙ୍କ ମୃତ୍ୟୁ ପ୍ରମାଣ କରିବା ପାଇଁ ତାଙ୍କ କଙ୍କାଳକୁ କବରରୁ ବାହାର କରି ବ୍ୟାଙ୍କକୁ ନେଇଯିବା ଘଟଣାର ଗୁରୁବାର ଦିନ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି) ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।

ଆରଡିସି ପାଟନା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପରିସ୍ଥିତି ଯାଞ୍ଚ କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ଏନେଇ କହିଛନ୍ତି, ତଦନ୍ତ ଚାଲିଛି। ପ୍ରାଥମିକ ତଥ୍ୟ ଏବଂ ସିସିଟିଭି ଫୁଟେଜରୁ ବ୍ୟାଙ୍କ ଅଧିକାରୀଙ୍କ ଅବହେଳା ସ୍ପଷ୍ଟ ହୋଇଛି।ନତେବେ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ସକାଳ ୧୧ଟା ୨୬ମିନିଟ୍‌ରେ ବ୍ୟାଙ୍କକୁ ପହଞ୍ଚିଥିଲେ ଏବଂ ୧୧ଟା ୫୮ମିନିଟ୍‌ରେ ବାହାରିଥିଲେ। ତାଙ୍କୁ ବାରମ୍ବାର ଅନେକ ଅଧିକାରୀଙ୍କ ନିକଟକୁ ପଠାଯାଉଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। କିନ୍ତୁ ସିସିଟିଭିରେ ଅଡିଓ ନଥିବାରୁ ସେମାନଙ୍କ ମଧ୍ୟରେ କେଉଁ କଥାବାର୍ତ୍ତା ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ।

ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି ଏହାପରେ ନିରାଶ ହୋଇ ଯାଇ ଶେଷରେ ସେ ଚରମ ପଦକ୍ଷେପ ନେଇଥିଲେ। ତେବେ ଘଟଣାକୁ ନେଇ ଯାହା ଘଟିଲା ତାହା ଅତ୍ୟନ୍ତ ଲଜ୍ଜାଜନକ।

ସୂଚନା ଯୋଗ୍ୟ; ପାଟନା ପୋଲିସ ସୀମା ଅନ୍ତର୍ଗତ ମଲ୍ଲୀପଶି ଗ୍ରାମରେ ଘଟିଥିଲା, ଯେଉଁଠାରେ ଡିଆନାଲି ଗ୍ରାମର ଜିତୁ ମୁଣ୍ଡା ତାଙ୍କ ଭଉଣୀ କଲାରା ମୁଣ୍ଡାଙ୍କ କଙ୍କାଳକୁ ଏକ ଗ୍ରାମୀଣ ବ୍ୟାଙ୍କକୁ ଆଣି ବାହାରେ ରଖିଥିଲେ। ତାଙ୍କ ମୃତ୍ୟୁ ପରେ ସେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ବାରମ୍ବାର ବ୍ୟାଙ୍କକୁ ଆସୁଥିଲେ।

ତାଙ୍କ ମୃତ୍ୟୁ ବିଷୟରେ ଅଧିକାରୀମାନଙ୍କୁ ଜଣାଇବା ସତ୍ତ୍ୱେ, ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଅଭିଯୋଗ ହୋଇଛି, କର୍ମଚାରୀମାନେ ଆକାଉଣ୍ଟଧାରୀଙ୍କୁ ଶାରୀରିକ ଭାବରେ ଉପସ୍ଥିତ ରହିବାକୁ ଜିଦ୍ ଧରିଥିଲେ। ବାରମ୍ବାର ମନା କରିବାରୁ ହତାଶ ହୋଇ, ଜିତୁ ପରେ ପ୍ରାୟ ଦୁଇ ମାସ ପୂର୍ବେ ପୋତାଯାଇଥିବା ତାଙ୍କ ଭଉଣୀର ମୃତଦେହକୁ ବାହାର କରିଥିଲେ ଏବଂ ପ୍ରତିବାଦ ସ୍ୱରୂପ ଅବଶେଷଗୁଡ଼ିକୁ ବ୍ୟାଙ୍କକୁ ଆଣିଥିଲେ।

Leave a Reply

Your email address will not be published. Required fields are marked *