ଅବକାରୀ ନୀତି ଦୁର୍ନୀତି ମାମଲାରେ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହା ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇ ଦେଇଥିଲେ। ଏବେ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇଁ ନିବେଦନ କରିଛନ୍ତି। ହାଇକୋର୍ଟ ଜାମିନ ଉପରେ ଲଗାଇଥିବା ରୋକକୁ ହଟାଇବା ପାଇଁ ଆଜି କେଜରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜରିୱାଲ ଏବେ ତିହାର ଜେଲରେ ରହିଛନ୍ତି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ଦେଇଥିଲେ। ଶୁକ୍ରବାର ସେ ମୁକୁଳିବାର ଥିଲା। କିନ୍ତୁ ଇଡି ଜାମିନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପହଞ୍ଚି ଯାଇଥିଲା।

Leave a Reply

Your email address will not be published. Required fields are marked *