ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ରୁଚି ପ୍ରତିଭା ଫାଉଣ୍ଡେସନ ତରଫରୁ ‘ରୁଚି ପ୍ରତିଭା ସମ୍ମାନ ସମାରୋହ’ ଅନୁଷ୍ଠିତ ହେବାକୁ ଯାଉଛି। କଟକ ଶହୀଦ ଭବନରେ ଆୟୋଜିତ ହେବାକୁ ଥିବା ଏହି ବାର୍ଷିକ ଉତ୍ସବରେ ପ୍ରସିଦ୍ଧ ଆଦିବାସୀ ଶିକ୍ଷାବିତ୍ ପଦ୍ମଶ୍ରୀ ଚରଣ ହେମ୍ବ୍ରମ୍, ସାଂସଦ ଦିଲ୍ଲୀପ ରାୟ, କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ଏହି ସମାରୋହରେ ସମ୍ମାନିତ କରାଯିବ। ଏତଦ୍ବ୍ୟତୀତ, ଆଇଏଏସ୍ (IAS) ପରୀକ୍ଷାରେ ସଫଳତା ହାସଲ କରିଥିବା ଓଡ଼ିଆ ଯୁବକ ସାତ୍ତ୍ୱିକ ସତ୍ୟକାମ, ହକି ତାରକା ଦୀପ ଗ୍ରେସ୍ ଏକ୍କା ଏବଂ ଜୈବିକ କୃଷକ ପଦ୍ମଶ୍ରୀ ସାବରମତୀଙ୍କୁ ମଧ୍ୟ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯିବ। ଏହାସହ ମାଟ୍ରିକ ପରୀକ୍ଷାର ଟପ୍ପରମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ରୁଚି ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି। Post navigation Odisha BJP State Executive Meeting: ଆଜି ବିଜେପି କାର୍ଯ୍ୟକାରିଣୀ ବୈଠକର ଶେଷ ଦିନ