ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଭାରତୀୟ ବଂଶୋଦ୍ଭବ କମଲା ହାରିସ । ଡେମୋକ୍ରାଟିକ୍ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଲା ହାରିସ୍ । ଏନେଇ ନିଜେ ସୋସିଆଲ ମଡିଆରେ ସୂଚନା ଦେଇଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ । ପ୍ରଥମ କୃଷ୍ଣକାୟ ମହିଳା ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ କମଳା । ଗତଥର ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରି ଏଥର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କମଲା ହାରିସ୍।

ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ । କମଲା ହାରିସ ମଧ୍ୟ ଏଥିପାଇଁ ଜୋ ବାଇଡେନ ଏବଂ ପାର୍ଟିକୁ କୃତଜ୍ଞତା ଜଣାଇଛନ୍ତି। ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ।

ଅନ୍ୟପଟେ ଏ ନେଇ ସୋସିଆଲ ମିଡିଆରେ ଉପରାଷ୍ଟ୍ରପତି ହାରିସ ସୂଚନା ଦେଇ କହିଛନ୍ତି, ପ୍ରତି ଭୋଟ ଜିତିବା ପାଇଁ ପ୍ରୟାସ କରାଯିବ। ତେବେ ଦଳ ତାଙ୍କୁ ବିଶ୍ବାସ କରିଥିବାରୁ ହମଲା ହ୍ୟାରିସ ଖୁସୀ ବ୍ୟକ୍ତ କରିଛନ୍ତି। ଏଥର ଆମେରିକାରେ ଟ୍ରମ୍ପ- ହାରିସ ଲଢେଇ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *