ରାଜ୍ୟରେ ଗତ କିଛିଦିନ ହେବ ନିୟମିତ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ, ଘଡ଼ଘଡ଼ି ଲାଗି ରହିଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଡ଼ଘଡ଼ି ବର୍ଷା ନେଇ ଉତ୍ତରରୁ ଉପକୂଳ, ଦକ୍ଷିଣ ଓଡ଼ିଶା ଯାଏଁ ଆଲର୍ଟ ଜାରି କରାଯାଇଛି। ଆଜି ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ,ଯାଜପୁର ଓ କେନ୍ଦ୍ରାପଡା , କଟକ, ଜଗତସିଂହପୁର ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସେହିପରି, ଶୁକ୍ରବାର ଦିନ ରାୟଗଡା, କୋରାପୁଟ୍ , ମାଲକାନଗିରି ,ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ ଆଲର୍ଟ ଜାରି ହୋଇଛି।ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଏହା ସହ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ରାଜ୍ୟରେ ଆସନ୍ତା ୧୨ ତାରିଖ ଯାଏଁ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଆଇଏମଡିର ପୂର୍ବାନୁମାନ ଯେ, ସକ୍ରିୟ ପଶ୍ଚିମା ଝଡ କାରଣରୁ ଆଜି ଓ ଆସନ୍ତା କାଲି ଉତ୍ତର ପଶ୍ଚିମ ଭାରତ ଏବଂ ପୂର୍ବ ଭାରତରେ କୁଆପଥର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। Post navigation Assembly Elections: ଆଜି ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ