ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ ଇସ୍ତଫା । ଅନାସ୍ଥା ପୂର୍ବରୁ ଏନଏସି ଅଧ୍ୟକ୍ଷାଙ୍କ ଇସ୍ତଫା । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା । ଅଧ୍ୟକ୍ଷାଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁର୍ବ୍ୟବହାର ଅଭିଯୋଗରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ୧୫ କାଉନସିଲର।

ସୂଚନା ଯୋଗ୍ୟ; କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଅଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଭେଟିଥିଲେ ନିଜ ଦଳର ୧୫ କାଉନସିଲର । କବିସୂର୍ଯ୍ୟନଗର ଏନଏସି ର ୧୮ୱାର୍ଡ ମଧ୍ୟରୁ ୧୭ଟି ରେ ବିଜେଡି କାଉସିଲର ରହିଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡିର ରହିଛନ୍ତି । ବିଜେଡି ଦଳୀୟ ଟିକେଟରୁ ବିଜୟୀ ହୋଇଥିବା ଅଧ୍ୟକ୍ଷା ଏସ.ଲକ୍ଷ୍ମୀ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସେହି ଦଳର କାଉନସିଲରମାନେ । ଅଧ୍ୟକ୍ଷାଙ୍କ ବିରୋଧରେ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହ ଅନାସ୍ଥା ପ୍ରସ୍ତାବ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଲିଖିତ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *