ଭିଜିଲାନ୍ସ ଜାଲରେ ପଞ୍ଚାୟତ ରାଜ ବିଭାଗର କନିଷ୍ଠ ଯନ୍ତ୍ରୀ । କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ଧରିଲା ଭିଜିଲାନ୍ସ । ହିତାଧିକାରୀଙ୍କଠୁ ଭାନୁମତୀ ଟୁଡୁ ଶୁକ୍ରବାର ଜଣେ ଚାଷୀଙ୍କୁ ଗାଈ ଗୁହାଳ ଯୋଗାଣ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ସୂଚନା ଅନୁସାରେ; ଗତ କିଛିଦିନ ହେବ ଦୁର୍ନୀତିରେ ଲିପ୍ତ ରହିଥିବା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିବା ବେଳେ ଜୟପୁର ଭିଜିଲାନ୍ସ ଏହାକୁ ନେଇ ଏକ ଟିମ୍‌ ଗଠନ କରି ଶୁକ୍ରବାର ପୂର୍ବାହ୍ନରେ କୁନ୍ଦୁରା ବ୍ଲକଠାରେ ରହିଥିବା ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରିଛି ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *