ଆଜି ଭରତପୁର ଥାନାରେ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । କମିଶନଙ୍କ ପ୍ରଥମ ବୈଠକ ପରେ ସଚିବଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ । ଆସନ୍ତାକାଲିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ ।  ଏଥିପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ  । ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ।

ଏହା ସହ ସଚିବ ଆଉ ମଧ୍ୟ କହିଛନ୍ତି ଘଟଣାରେ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ପଚରାଉଚରା ହେବ । ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରାଯିବ । ସାକ୍ଷ୍ୟଗ୍ରହଣ ଓ ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ।

ଏହି ବୈଠକରେ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୁଲିସ ଡିଜି, ଗୃହ ବିଭାଗ ଏସିଏସ୍‌‌, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ରହିଛନ୍ତି।

ଅନ୍ୟପଟେ ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ ୫ ପୁଲିସ କର୍ମଚାରୀଙ୍କୁ ନେଇ ଗୁଜରାଟରେ ପହଁଚିଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍। କ୍ରାଇମବ୍ରାଞ୍ଚର ଦୁଇଜଣ ଡିଏସପିଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଟିମ ସମସ୍ତଙ୍କୁ ଧରି ଗୁଜରାଟରେ ପହଁଚିଛି। ଆଜି ଗାନ୍ଧୀନଗର ସ୍ଥିତ ଫରେନସିକ ଲାବରେଟୋରୀରେ ସେମାନଙ୍କର ମିଛଧରା ପରୀକ୍ଷା କରାଯିବ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ। ବାକି ୪ ପୋଲିସଙ୍କର କେବଳ ହେବ ପଲିଗ୍ରାଫ ଟେଷ୍ଟ କରାଯିବ ।

Leave a Reply

Your email address will not be published. Required fields are marked *