ଓଡ଼ିଶାରେ ପ୍ରସ୍ତାବିତ ଇଭି ପ୍ରକଳ୍ପରୁ ଜେଏସଡବ୍ଲ୍ୟୁ ଓହରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୂର୍ଣ୍ଣଛେଦ ପକାଇଛି କମ୍ପାନୀ । କଂପାନୀ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜାରି କରି ଏ ବିଷୟରେ ସ୍ପଷ୍ଟ କରାଯାଇଛି। ଜେଏସଡବ୍ଲ୍ୟୁର ଏକ୍‌ଜିକ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ରଂଜନ ନାୟକଙ୍କ ସ୍ପଷ୍ଟୋକ୍ତି କରିଛନ୍ତି ।

ଜେଏସଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରୁ ପ୍ରସ୍ତାବିତ ୪୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରିକ୍ ଯାନ (ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପରୁ ଓହରି ନାହିଁ । ଜେଏସଡବ୍ଲ୍ୟୁ ଗ୍ରୁପ୍ ଏହାର ଇଭି ଏବଂ ବ୍ୟାଟେରୀ ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ମୁହଁ ଖୋଲିଛନ୍ତି। ଜେଏସଡବ୍ଲ୍ୟୁ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିବା ବେଳେ ସେମାନେ ପ୍ରକଳ୍ପ ସ୍ଥାନାନ୍ତର ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନେଇନାହାନ୍ତି କି କୌଣସି ସୂଚନା ଦେଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ରାଜ୍ୟରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ସମନ୍ବିତ ଇଲେକ୍ଟ୍ରିକ୍ ଯାନ ଓ ଇଭି ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜେଏସଡବ୍ଲ୍ୟୁ ଗ୍ରୁପ୍ ୨୦୨୪ ଫେବ୍ରୁଆରୀ ୧୦ ତାରିଖରେ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା।

Leave a Reply

Your email address will not be published. Required fields are marked *