କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି କାଲି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଜେପି ନଡ୍ଡା । ପହଞ୍ଚି କଟକର ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ’ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୨ ତାରିଖରେ ପୁରୀରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେଠାରେ ଆୟୋଜିତ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ ।

ସୂଚନା ଯୋଗ୍ୟ; ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ କରିବେକେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।  ଏହି ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା ମାଧ୍ୟମରେ ଦେଶର ୨୯ ହଜାରରୁ ଅଧିକ ମେଡ଼ିକାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହି କାର୍ଡର ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ ।

ସେହିପରି କୋଣାର୍କ ବେଳାଭୂମି ରାସ୍ତା ସ୍ବାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ପ୍ରଶିକ୍ଷଣ ଶିବିର ଆସନ୍ତା ୧୧ରୁ ଆରମ୍ଭ ହେବ। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।  ୧୨ ତାରିଖ ସକାଳ ୭ ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ । ପ୍ରଶିକ୍ଷଣ ଶିବିରରେ ରାଜ୍ୟର ୨୦ ଲୋକସଭା ସାଂସଦଙ୍କ ସହ ୮୧ ବିଧାୟକ ଓ ୩ ରାଜ୍ୟସଭା ସାଂସଦ ଯୋଗ ଦେବେ ।  ୧୧ ତାରିଖ ଦିନ ସମସ୍ତ ସାଂସଦ, ବିଧାୟକ ଯୋଗ ଦେବେ।

Leave a Reply

Your email address will not be published. Required fields are marked *