ବଲାଙ୍ଗିର ଜିଲ୍ଲା ଟିଟିଲାଗଡର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ଜେଲ୍‌ ଗଲେ ୨ ଯନ୍ତ୍ରୀ । ୩ ସାମ୍ବାଦିକଙ୍କୁ ଆକ୍ରମଣ ମାମଲାରେ ଜେଲ୍‌ ଗଲେ କଣ୍ଟାବାଞ୍ଜୀ ଇଲେକ୍ଟ୍ରିକାଲ ଏସ୍‌ଡିଓ ଜଗନ୍ନାଥ ପତି, ମୁରିବାହାଲ ବିଦ୍ୟୁତ ଯନ୍ତ୍ରୀ ଚିନ୍ମୟ ସାହୁ । ଗତକାଲି ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କୁ ହୋଇଥିଲା ଆକ୍ରମଣ।

ସୂଚନା ଯୋଗ୍ୟ; ଗତକାଲି ଟିଟିଲାଗଡ଼଼ ଅଞ୍ଚଳରେ ଜନୈକ ଶ୍ରମିକ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁବରଣ କରିଥିଲେ। ଏନେଇ ବିଭାଗ ତରଫରୁ ପ୍ରତିକ୍ରିୟା ତଥା ମତାମତ ନେବାକୁ ସାମ୍ବାଦିକ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପାଖକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସ୍ଥଳ ଉପରେ ଥିବା ବିଦ୍ୟୁତ ତାର କାହିଁକି ଅପସାରଣ କରାଗଲା ନାହିଁ ଏଭଳି ପ୍ରଶ୍ନ ପଚାରିବାରୁ ଉପସ୍ଥିତ ଥିବା କେତେକ ଅଧିକାରୀ ଉତକ୍ଷିପ୍ତ ହୋଇ ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଏସଡିଓ ସହ ଅନ୍ୟ କର୍ମଚାରୀମାନେ ଗତକାଲି ଆକ୍ରମଣ କରିଥିଲେ।

ଏହା ପରେ ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆହତ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ବିଦ୍ୟୁତ ଅଧିକାରୀ ସରପଞ୍ଚ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ପଛାଇ ନଥିଲେ। ଏନେଇ ଟିଟିଲାଗଡ ଥାନାରେ ସାମ୍ବାଦିକ ଏତଲା ମଧ୍ୟ ଦେଇଛନ୍ତି। ଏହାପରେ କାର୍ଯାନୁଷ୍ଠାନ ନିଆଯାଇଛି । ୨ ଯନ୍ତ୍ରୀଙ୍କୁ ଗିରଫ କରିଛି ପୁଲିସ୍।

Leave a Reply

Your email address will not be published. Required fields are marked *