ଚଳିତ ବର୍ଷର ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜନ୍. ହୋପଫିଲ୍ଡ ଓ ଜେଫ୍ରି ହିଣ୍ଟନଙ୍କୁ ମିଳିବ ଚଳିତ ବର୍ଷର ନୋବେଲ୍ । ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।ପଦାର୍ଥ ବିଜ୍ଞାନରେ  ପରୀକ୍ଷାମୂଳକ ପ୍ରୟୋଗ ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି । ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି।

 

Leave a Reply

Your email address will not be published. Required fields are marked *