ବଡ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କେନ୍ଦ୍ରପଡା । ବିଜେପି ଟିକେଟ ପାଇବା ପରେ କେନ୍ଦ୍ରାପଡାରେ ବିଶାଳ ରାଲି କରି ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତି କି, ମୋଦିଙ୍କ ବିକଶିତ ଭାରତ ଗଠନର ଆମର ଲକ୍ଷ୍ୟ । ଏଠାରେ ବୈଜୟନ୍ତଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଅଂଶୁମାନ ମହାନ୍ତି । ସେ ବି କର୍ମୀ ସମ୍ମିଳନୀ କରି ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି।

୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ପରାଜିତ ହୋଇଥିଲେ । ହେଲେ, ସମୟ କ୍ରମେ ଏବେ ବିଜେପିରେ ସାମିଲ ହୋଇଛନ୍ତି ଅନୁଭବ ମହାନ୍ତି । ଆଉ ତାଙ୍କ ବଦଳରେ ବୈଜୟନ୍ତଙ୍କ ପ୍ରତିଦ୍ୱନ୍ଦ୍ୱୀ ବନିଛନ୍ତି ଅଂଶୁମାନ ମହାନ୍ତି ।

ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାର ହଜାର ହଜାର ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା ସମସ୍ତେ ବାହାରି ଆସିଥିଲେ । ଜୟ ଶ୍ରୀରାମ ନାରା ସହ ବୈଜୟନ୍ତ ପଣ୍ଡା ଜିନ୍ଦାବାଦ୍ ନାରାରେ କମ୍ପିଥିଲା ପରିବେଶ । ଏକ ବିଶାଳ ରାଲି କରି ଲୋକେ ତାଙ୍କୁ ପାଛୋଟି ନେଇଥିଲେ । ନିଜର ହେଲିକପ୍ଟର ଯୋଗେ ବୈଜୟନ୍ତ ପହଞ୍ଚିଥିଲେ କେନ୍ଦ୍ରାପଡ଼ାର ଚାନ୍ଦୋଳରେ ।

କେନ୍ଦ୍ରାପଡ଼ାରୁ ଓଡ଼ିଶାରେ ପରିବର୍ତ୍ତନ ଆରମ୍ଭ ହେବ ଓ ବିଜେପି କେନ୍ଦ୍ରାପଡ଼ା ସହିତ ସାରା ଭାରତରେ ମୋଦି ଲହର ଯୋଗୁଁ ୪୦୦ ସିଟ ଜିତିବ ବୋଲି ଜୟ ପଣ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *