ପୁଣି ମେଳି ବାନ୍ଧିଲେ ବିଜେଡି ନେତା। ଯାଜପୁର ବିଜେଡି ନେତାଙ୍କୁ ନେଇ ପ୍ରମିଳା ମଲ୍ଲିକଙ୍କ ଘରେ ବସିଛି ବଡ଼ ବୈଠକ। ଆଜି ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଛନ୍ତି। ପ୍ରମିଳାଙ୍କ ସରକାରୀ ବାସଭବନରେ ଏକାଠି ହେଲେ ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଏବଂ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠି। ବୈଠକରେ ଯାଜପୁର ସଂଗଠନ ନେଇ ଆଲୋଚନା ହେଉଥିବା ନେଇ ଜଣାପଡ଼ିଛି। ଅନ୍ୟପଟେ ଯାଜପୁର ନେତାଙ୍କ ବୈଠକକୁ ନେଇ ପ୍ରଶ୍ନର ପ୍ରତିକ୍ରିୟା ଦେଇଛନ୍ତି ପ୍ରମିଳା । ସେ କହିଛନ୍ତି ମେଳି କଣ ଓ କାହିଁକି କଦର୍ଯ୍ୟ ରୂପ ଦେଉଛ କହି ପ୍ରଶ୍ନ କଲେ ପ୍ରମିଳା । ଏହା ସହ ଯାଜପୁର ଜିଲ୍ଲା ସଂଗଠନ ବାବଦରେ ଆଲୋଚନା ପାଇଁ ଏକାଠି ହୋଇଥିଲୁ । ଜିଲ୍ଲା ସଂଗଠନ ସୁଦୃଢ଼ କରିବାକୁ ଆଲୋଚନା କଲୁ, ଏଥିରେ ଅସୁବିଧା କଣ । ସେହିପରି ବ୍ୟାସନଗର ପୌରାଞ୍ଚଳର ଯୋଡ଼ାବର ବନ୍ଧୁମିଳନରେ କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷ ଟାର୍ଗେଟ୍ କରିଛନ୍ତି ବବି ଦାସ । ସେ କହିଛନ୍ତି ସୁଯୋଗ ପାଇ ସାରିବା ପରେ କୋରେଇକୁ ଛାଡ଼ି ପଳାଇଛନ୍ତି । ଏହା ଏପରି ଦ୍ବନ୍ଦ୍ବ ସୃଷ୍ଟି କରିଛି, ଯଦ୍ବାରା ଅବିଶ୍ବାସର ବାତାବରଣ ବଢ଼ି ଯାଇଛି । ଅବିଶ୍ବାସର ବାତାବରଣ ଭାଙ୍ଗିବା ପାଇଁ ଆମେ ଏଭଳି ଏକାଠି ହେବୁ । ଅନ୍ୟପଟେ ବବିଙ୍କ ମନ୍ତବ୍ୟକୁ କାଉଣ୍ଟର କଲେ ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ । ସେ କହିଛନ୍ତି କେଉଁ ପରିପ୍ରେକ୍ଷୀରେ ବବି କହିଛନ୍ତି ମୁଁ ଜାଣି ନାହିଁ । କୋରେଇରୁ ପ୍ରଫୁଲ୍ଲ ଘଡ଼ାଇ, ଅଶୋକ ଦାସ, ସଞ୍ଚିତା ମହାନ୍ତି ଜିତିଥିଲେ । ଅଶୋକ ବଳ, ଆକାଶ ଦାସନାୟକ ବିଧାୟକ ନିର୍ବାଚିତ ହୋଇଛନ୍ତି । କୋରେଇରେ ଯେଉଁମାନେ ଥିଲେ ସମସ୍ତେ ଅଛନ୍ତି । କେହି କୁଆଡ଼େ ଯାଇନାହାଁନ୍ତି । ଯାଜପୁର ଜିଲ୍ଲା ନୁହେଁ ପୂରା ରାଜ୍ୟରେ ସବୁ ବିଜେଡି ନେତା ଅଛନ୍ତି । Post navigation Crime Branch investigation against Pandian: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ନିରୁତା ଧୂଆଁବାଣ Mega Pipe Water Supply Corruption Incident: ମେଗା ପାଇପ୍ ଜଳ ଯୋଗାଣ ଦୁର୍ନୀତି ଘଟଣା; କିଏ ମନ୍ତ୍ରୀ ଓ ସଚିବ ଥିଲେ ଖୋଲି କହିବେ କି ସରକାର ?