ମହାପ୍ରଭୁଙ୍କ ମୋଦକ ଚୋରି ହେବା କଥା ସତ ବୋଲି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ କହିଛନ୍ତି ୭୦ଟି ମୋଦକ କମିବା ସତ କଥା, କିଏ ନେଇଥିବେ ନିଶ୍ଚିତ । ସିସିଟିଭି ଦେଖି ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ ।

ଏହା ସହ ମୋଦକକୁ ଦୀଘା ପଠାଯାଇଥିବା ଚର୍ଚ୍ଚାକୁ ଖଣ୍ଡନ କରି ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି ମୋଦକକୁ ଦୀଘା ପଠାଇବା କଥା ସମ୍ପୂର୍ଣ୍ଣ ମିଛ କଥା। ଏହି ଛୋଟମୋଟ କଥାରେ ନ ମାତି ରଥଯାତ୍ରା କଥା ଚିନ୍ତା କରନ୍ତୁ ।

ସୂଚନା ଯୋଗ୍ୟ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ବଡଠାକୁରଙ୍କ ବାଡଗ୍ରାହୀ ଦଳଧର ଦାସ ମହାପାତ୍ର କରିଥିବା ଅଭିଯୋଗ କରିଥିଲେ । ୭୦ଟି ମୋଦକ ଚୋରି ହୋଇଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ।

ଏହାପରେ ଏହି ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି କିଛି ଲୋକ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି  । ମୋଦକ ଚୋରି ହୋଇ ନାହିଁ ଯାହାକୁ ନେଇ ସ୍ପଷ୍ଟ କରି ସାରିଛନ୍ତି ମୁଖ୍ୟ ପ୍ରଶାସକ ।

Leave a Reply

Your email address will not be published. Required fields are marked *