ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ ।

ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ କଲେଜ ହେବ। ସେହିପରି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ୪ଟି ଡେଣ୍ଟାଲ୍ କଲେଜ୍ ହେବ ଓ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ୍ କରାଯିବ। ଯାହାକୁ ନେଇ ବଜେଟ୍ ଅନୁମୋଦନ ମିଳିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *